
======================================================================
LibreOffice 3.6 ReadMe
======================================================================


ଏହି readme ଫାଇଲର ନୂତନତମ ଅଦ୍ୟତନ ପାଇଁ, http://www.libreoffice.org/welcome/readme.html କୁ ଦେଖନ୍ତୁ

ଏହି ପୋଗ୍ରାମଟି LibreOfficeସଫ୍ଟୱେର  ବିଷୟରେ ଗୁରିତ୍ବପୂର୍ଣ୍ଣ ସୂଚନା ଧାରଣ କରିଛି।ଦୟାକରି ସ୍ଥାପନ ଆରମ୍ଭ କରିବା ପର୍ବରୁ ଏହି ସୂଚନାକୁ ଭଲଭାବରେ ପଢନ୍ତୁ।

LibreOffice ସମ୍ପ୍ରଦାୟ ଏହି ଉତ୍ପାଦନର ବିକାଶ ପାଇଁ ଦାୟୀ, ଏବଂ ଆପଣଙ୍କୁ ସମ୍ପ୍ରଦାୟର ସଦସ୍ୟ ଭାବରେ ଅଂଶ ଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରିଥାଏ। ଯଦି ଆପଣ ଜଣେ ନୂଆ ଚାଳକ ହୋଇଥାନ୍ତି, ତେବେ ଆପଣ LibreOffice ସାଇଟକୁ ପରିଦର୍ଶନ କରିପାରିବେ, ଯେଉଁଠି ଆପଣ LibreOffice ପ୍ରକଳ୍ପ ଏବଂ ତାହା ଚତୁର୍ପାଶ୍ୱରେ ଥିବା ସମ୍ପ୍ରଦାୟ ବିଷୟରେ ଅନେକ ସୂଚନା ପାଇ ପାରିବେ। http://www.libreoffice.org/ କୁ ଯାଆନ୍ତୁ।

LibreOffice କଣ ପ୍ରକୃତରେ ଯେକୌଣସି ଚାଳକ ପାଇଁ ମାଗଣା ଅଟେ?
----------------------------------------------------------------------

${$PRODUCTNAME} ସମସ୍ତଙ୍କ ଦ୍ୱାରା ବ୍ୟବହାର ପାଇଁ ମୁକ୍ତ। ଆପଣ LibreOfficeର ଏହି ପ୍ରତିଲିପିକୁ ନେଇପାରିବେ ଏବଂ ଆପଣଙ୍କ ପସନ୍ଦ ଅନୁସାରେ ଏକାଧିକ କମ୍ପୁଟରରେ ସ୍ଥାପନ କରିପାରିବେ, ଏବଂ ଏହାକୁ ଯେକୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ, ଯେପରିକି (ବ୍ୟାପାରିକ, ସରକାରୀ, ସରକାରୀ ପ୍ରଶାସକ ଏବଂ ଶିକ୍ଷା)। ଅଧିକ ବିବରଣୀ ପାଇଁ LibreOffice ସହିତ ପ୍ରଦତ୍ତ ଅନୁମତି ପତ୍ରକୁ ଦେଖନ୍ତୁ।

LibreOffice ସମସ୍ତ ଚାଳକଙ୍କ ପାଇଁ ମୁକ୍ତ କାହିଁକି?
----------------------------------------------------------------------

LibreOffice ସମସ୍ତଙ୍କ ଦ୍ୱାରା ବ୍ୟବହାର ପାଇଁ ମୁକ୍ତ। ଆପଣ LibreOfficeର ଏହି ପ୍ରତିଲିପିକୁ ନେଇପାରିବେ ଏବଂ ଆପଣଙ୍କ ପସନ୍ଦ ଅନୁସାରେ ଏକାଧିକ କମ୍ପୁଟରରେ ସ୍ଥାପନ କରିପାରିବେ, ଏବଂ ଏହାକୁ ଯେକୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ, ଯେପରିକି (ବ୍ୟାପାରିକ, ସରକାରୀ, ସରକାରୀ ପ୍ରଶାସକ ଏବଂ ଶିକ୍ଷା)। ଅଧିକ ବିବରଣୀ ପାଇଁ LibreOffice ସହିତ ପ୍ରଦତ୍ତ ଅନୁମତି ପତ୍ରକୁ ଦେଖନ୍ତୁ କିମ୍ବା 

ଯଦି ଆପଣ ସେମାନଙ୍କର ପ୍ରୟାସକୁ ପ୍ରସଂଶା କରନ୍ତି , ଏବଂ ନିଶ୍ଚିତ କରିବା ପାଇଁ ଚାହୁଁଛନ୍ତି ଯେLibreOffice ଭବିଷ୍ୟତରେ ଉପଲବ୍ଧ ହେବ, ତେବେ ଏହି ପ୍ରକଳ୍ପରେସହଯୋଗ କରନ୍ତୁ - ବିସ୍ତୃତ ବିବରଣୀ ପାଇଁ http://www.documentfoundation.org/contribution/ କୁ ଦେଖନ୍ତୁ। ସମସ୍ତେ କିଛି ପ୍ରକାରର ସହଯୋଗ କରିପାରିବେ।

----------------------------------------------------------------------
ପ୍ରତିଷ୍ଠାପନରେ ଟିପପ୍ଣୀ
----------------------------------------------------------------------

LibreOfficeସମ୍ପୂର୍ଣ୍ଣ ଭାବରେ କାମ କରିବା ପାଇଁ Java Runtime Environment (JRE) ର ଏକ ପ୍ରଚଳିତ ସଂସ୍କରଣ ଆବଶ୍ୟକ କରିଥାଏ। JRE LibreOffice ସ୍ଥାପନ ପ୍ୟାକେଜର ଏକ ଅଂଶ ନୁହଁ, ଏହାକୁ ପୃଥକ ଭାବରେ ସ୍ଥାପନ କରାଯାଇପାରିବ।

ତନ୍ତ୍ର ଆବଶ୍ଯକତାମାନ
----------------------------------------------------------------------

ଏକ ସାଧାରଣ ନିୟମାନୁସାରେ, ଆପଣଙ୍କୁ LibreOfficeକୁ ସ୍ଥାପନ ପଦ୍ଧତି ମାଧ୍ଯମରେ ନିର୍ଦ୍ଦିଷ୍ଟ Linux ବଣ୍ଟନ ଦ୍ୱାରା ସ୍ଥାପନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ (ଯେପରିକି Ubuntu ସଫ୍ଟୱେର କେନ୍ଦ୍ର, Ubuntu Linux ପରିସ୍ଥିତିରେ)। ଏହା ହେଉଛି ସ୍ଥାପନ କରିବା ପାଇଁ ସହଜମୟ ଉପାୟ ଯାହାକି ଆପଣଙ୍କର ତନ୍ତ୍ର ସହିତ ସନ୍ନିହିତ। ଏହା ବ୍ୟତୀତ,  ଯେତେବେଳେ ଆପଣ Linux ପ୍ରଚାଳନ ତନ୍ତ୍ରକୁ ସ୍ଥାପନ କରିବେ LibreOfficeହୁଏତଃ ପୂର୍ବନିର୍ଦ୍ଧାରିତ ଭାବରେ ସ୍ଥାପିତ ହୋଇଥାଇପାରେ।

ଏହି "ଏକକ" LibreOffice ସ୍ଥାପକ ଚାଳକମାନଙ୍କ ପାଇଁ ପ୍ରାକଦର୍ଶନ ପାଇଁ ପ୍ରଦାନ କରାଯାଇଥାଏ, ବିଶେଷ ଆବଶ୍ୟକତା, ଏବଂ ଅସାଧାରଣ ପରିସ୍ଥିତି ପାଇଁ।

* Linux କର୍ଣ୍ଣଲ ସଂସ୍କରଣ 2.6.18 କିମ୍ବା ତଦୁର୍ଦ୍ଧ;
* glibc2 ସଂସ୍କରଣ 2.5 କିମ୍ବା ତଦୁର୍ଦ୍ଧ;
* gtk ସଂସ୍କରଣ 2.10.4 କିମ୍ବା ତଦୁର୍ଦ୍ଧ;
* Pentium ସୁସଂଗତ PC (Pentium III କିମ୍ବା Athlon ପରାମର୍ଶିତ);
* 256 MB RAM (512 MB RAM ପରାମର୍ଶିତ);
* 1.55 GB ପର୍ଯ୍ୟନ୍ତ ହାର୍ଡଡିସ୍କ ଖାଲିଅଛି;
* 1024x768 ବିଭେଦନ ସହିତ X ସର୍ଭର (ଉଚ୍ଚ ବିଭେଦନ ପରାମର୍ଶିତ), ଅତିକମରେ 256 ରଙ୍ଗ ସହିତ;
* Gnome 2.16 କିମ୍ବା ତଦୁର୍ଦ୍ଧ, gail 1.8.6 ଏବଂ at-spi 1.7 ପ୍ୟାକେଜଗୁଡ଼ିକ ସହିତ (ସହାୟକ ପ୍ରଯୁକ୍ତିଜ୍ଞାନ [AT] ସାଧନଗୁଡ଼ିକର ସହାୟତା ପାଇଁ ଆବଶ୍ୟକ), ଅଥବା ଅନ୍ୟାନ୍ୟ ସୁସଙ୍ଗତ GUI (ଯେପରିକି KDE, ଅନ୍ୟମାନଙ୍କ ମଧ୍ଯରେ)।

ସେଠାରେ ଅନେକ ପ୍ରକାରର Linux ବଣ୍ଟନ ଅଛି, ଏବଂ ସେଠାରେ ବିଭିନ୍ନ ସ୍ଥାପନ ବିକଳ୍ପ  (KDE vs Gnome, ଇତ୍ୟାଦି) ସମାନ Linux ବିକ୍ରେତା ପାଖରୁ ଉପଲବ୍ଧ ଥାଇପାରେ। କିଛି ବଣ୍ଟନ ସେମାନଙ୍କର ନିଜର “ସ୍ଥାନୀୟ” ସଂସ୍କରଣ LibreOfficeସହିତ ପ୍ରକାଶିତ ହୋଇଥାଏ, ଯେଉଁଥିରେ ହୁଏତଃ ଏହି ସମ୍ପ୍ରଦାୟ ପ୍ରଦତ୍ତ LibreOffice ଠାରୁ ବିଭିନ୍ନ ବିଶେଷତା ଥାଇପାରେ। ଅନେକ ପରିସ୍ଥିତିରେ, ଆପଣ ସମ୍ପ୍ରଦାୟ-ପ୍ରଦତ୍ତ LibreOffice ସହିତ ସ୍ଥାନୀୟ ସଂସ୍କରଣ ସ୍ଥାପିତ ହୋଇଥାଏ। ତଥାପି, ଆପଣ ହୁଏତଃ “ସ୍ଥାନୀୟ” ସଂସ୍କରଣକୁ ଏହି ସଂମ୍ପ୍ରଦାୟକୁ ସ୍ଥାପନ କରିବା ପୂର୍ବରୁ ସ୍ଥାପନ କରିଥାଏ। ଏହାକୁ କିପରି କରାଯିବ ତାହା ପାଇଁ, ଦୟାକରି ଚାଳକ ସହାୟତା ଉତ୍ସଗୁଡ଼ିକୁ ନିର୍ଦ୍ଦିଷ୍ଟ Linux ବିକ୍ରେତା ଦ୍ୱାରା ପ୍ରଦାନ କରିଥାଏ।

ସଫ୍ଟୱେର ବାହାର କରିବା କିମ୍ବା ସ୍ଥାପନ କରିବା ପୂର୍ବରୁ ଆପଣଙ୍କ ତନ୍ତ୍ର ଏବଂ ତଥ୍ୟର ନକଲ ସଂରକ୍ଷଣ କରିବାକୁ ପରାମର୍ଶ ଦିଆଯାଇଥାଏ।

ଦଯକରି ନିଶ୍ଚିତ ହୁଅ ଆପଣଙ୍କ ସିସ୍ଟମର କ୍ଷଣସ୍ଥାଯୀ ବିବରଣୀପଞ୍ଜିକାରେ ଆପଣଙ୍କପାଖରେ ୟଥେଷ୍ଟ ମାଗଣା ସ୍ମୃତିଶକ୍ତି ଅଛି ଏବଂ ତାହା ପଢିବା, ଲେଖିବା, ଏବଂ ଚାଲୁ ପ୍ରବେଶ ଅଧିକାରଗୁଡିକ ପ୍ରଦାନ କରାୟାଇଛି।ପ୍ରତିଷ୍ଠାପନକୁ ଆରମ୍ଭ କରିବା ପୂର୍ବରୁ ସବୁ ଅନ୍ଯ ପୋଗ୍ରାମ ଗୁଡିକୁ ବନ୍ଦକର।

Debian/Ubuntu-ଆଧାରିତ Linux ତନ୍ତ୍ରରେ LibreOffice ର ସ୍ଥାପନା
----------------------------------------------------------------------

ଯଦି ଆପଣଙ୍କ ପାଖରେ LibreOffice ର ପୂର୍ବ ସଂସ୍କରଣ ପୂର୍ବରୁ ସ୍ଥାପିତ ଅଛି, ତେବେ ଆପଣଙ୍କୁ ଆଗକୁ ବଢ଼ିବା ପୂର୍ବରୁ ପୁଣି ଥରେ ସ୍ଥାପନ କରିବାକୁ ହେବ। ଏକ ଭାଷାକୁ କିପରି ସ୍ଥାପନ କରାଯିବ ସେହି ବିଷୟରେ ନିର୍ଦ୍ଦେଶ ପାଇଁ (LibreOffice ର US ଇଂରାଜୀ ସଂସ୍କରଣକୁ ସ୍ଥାପନ କରି ), ଦୟାକରି ନିମ୍ନରେ ଥିବା ଭାଷା ସ୍ଥାପନ ବିଭାଗକୁ ପଢ଼ନ୍ତୁ।

ଯେତେବେଳେ ଆପଣ ଆହରଣ ହୋଇଥିବା ଆଲେଖୀକୁ ଖୋଲିବେ, ଆପଣ ଦେଖିପାରିବେ ଯେ ବିଷୟବସ୍ତୁଗୁଡ଼ିକ ଉପ-ଡିରେକ୍ଟୋରୀରେ ଖୋଲାଯାଇଥାଏ। ଏକ ଫାଇଲ ପରିଚାଳକ ୱିଣ୍ଡୋକୁ ଖୋଲନ୍ତୁ, ଏବଂ  "LibO_" ସହିତ ଆରମ୍ଭ ହୋଇଥିବା ଡିରେକ୍ଟୋରୀକୁ ପରିବର୍ତ୍ତନ କରନ୍ତୁ, ତାପରେ ସଂସ୍କରଣ କ୍ରମ ସଂଖ୍ୟା ଏବଂ କିଛି ପ୍ଲାଟଫର୍ମ ସୂଚନା ସହିତ ପରିବର୍ତ୍ତନ କରନ୍ତୁ।

ଏହି ଡିରେକ୍ଟୋରୀ "DEBS" ନାମକ ଏକ ଉପ-ଡିରେକ୍ଟରୀ ଧାରଣ କରିଥାଏ। ଡିରେକ୍ଟୋରୀକୁ "DEBS" ଡିରେକ୍ଟୋରୀରେ ପରିବର୍ତ୍ତନ କରନ୍ତୁ।

ଡିରେକ୍ଟୋରୀ ମଧ୍ଯରେ ଡ଼ାହାଣ କ୍ଲିକ କରନ୍ତୁ ଏବଂ  "ଟର୍ମିନାଲରେ ଖୋଲନ୍ତୁ" କୁ ବାଛନ୍ତୁ। ଏକ ଟର୍ମିନାଲ ୱିଣ୍ଡୋ ଖୋଲିବ। ଟର୍ମିନାଲ ୱିଣ୍ଡୋର ନିର୍ଦ୍ଦେଶ ଧାରାରୁ, ନିମ୍ନଲିଖିତ ନିର୍ଦ୍ଦେଶକୁ ଭରଣ କରନ୍ତୁ (ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ଆପଣଙ୍କୁ  ନିଜର ମୂଖ୍ୟ ଚାଳକର ପ୍ରବେଶ ସଂକେତ ପଚରାଯିବ):

sudo dpkg -i *.deb

ଉପରଲିଖିତ dpkg ନିର୍ଦ୍ଦେଶ ସ୍ଥାପନ କ୍ରିୟାର ପ୍ରଥମ ଭାଗକୁ ସମ୍ପୂର୍ଣ୍ଣ କରିଥାଏ। ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ, ଆପଣଙ୍କୁ ମଧ୍ଯ ଡେସ୍କଟପ ସଂଯୋଜନ ପ୍ୟାକେଜଗୁଡ଼ିକୁ ସ୍ଥାପନ କରିବାକୁ ହୋଇଥାଏ। ଏହା କରିବା ପାଇଁ, ଡିରେକ୍ଟୋରୀକୁ ନିମ୍ନଲିଖିତ ନିର୍ଦ୍ଦେଶ ବ୍ୟବହାର କରି "ଡେସ୍କଟପ-ସଂଯୋଜନ" ଡିରେକ୍ଟୋରୀରେ ପରିବର୍ତ୍ତନ କରନ୍ତୁ ଯାହାକି "DEBS" ଡିରେକ୍ଟୋରୀ ମଧ୍ଯରେ ଥାଏ:

cd desktop-integration

ବର୍ତ୍ତମାନ dpkg ନିର୍ଦ୍ଦେଶକୁ ପୁଣିଥରେ ଚଲାନ୍ତୁ:

sudo dpkg -i *.deb

ସ୍ଥାପନ ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି, ଏବଂ ଆପଣଙ୍କ ପାଖରେ ସମସ୍ତ LibreOffice ପ୍ରୟୋଗଗୁଡ଼ିକ ପାଇଁ ଆପଣଙ୍କ ଡେସ୍କଟପ ପ୍ରୟୋଗ/ଅଫିସ ତାଲିକାରେ ଚିତ୍ରସଂକେତ ଥିବା ଉଚିତ।

Fedora , Suse, Mandriva ଏବଂ ଅନ୍ୟାନ୍ୟ Linux ତନ୍ତ୍ରଗୁଡ଼ିକରେ RPM ପ୍ୟାକେଜ ବ୍ୟବହାର କରି LibreOfficeର ସ୍ଥାପନା
----------------------------------------------------------------------

ଯଦି ଆପଣଙ୍କ ପାଖରେ LibreOffice ର ପୂର୍ବ ସଂସ୍କରଣ ସ୍ଥାପିତ ଅଛି, ତେବେ ଆପଣଙ୍କୁ ଆଗକୁ ବଢ଼ିବା ପୂର୍ବରୁ ବିସ୍ଥାପନ କରିବାକୁ ହେବ। ଏକ ଭାଷା ପ୍ୟାକେଜକୁ କିପରି ସ୍ଥାପନ କରାଯିବ ତାହା ବିଷୟରେ ନିର୍ଦ୍ଦେଶ ପାଇଁ (LibreOffice ର US ଇଂରାଜୀ ସଂସ୍କରଣକୁ ସ୍ଥାପନ କରିସାରିବା ପରେ), ଦୟାକରି ନିମ୍ନଲିଖିତ ବିଭାଗକୁ ପଢ଼ନ୍ତୁ।

ଆହରଣ କରାଯାଇଥିବା ଆଲେଖିକକୁ ଯେତେବେଳେ ଆପଣ ଖୋଲିବେ, ଆପଣ ଦେଖିବେ ଯେ ବିଷୟବସ୍ତୁଗୁଡ଼ିକୁ ଏକ ଉପ-ଡିରେକ୍ଟୋରୀରେ ଖୋଲାଯାଇଥାଏ। ଏକ ଫାଇଲ ପରିଚାଳକ ୱିଣ୍ଡୋକୁ ଖୋଲନ୍ତୁ, ଏବଂ "LibO_" ରେ ଆରମ୍ଭ ହୋଇଥିବା ଡିରେକ୍ଟୋରୀକୁ ପରିବର୍ତ୍ତନ କରନ୍ତୁ, ସଂସ୍କରଣ ନାମ ଏବଂ କିଛି ପ୍ଲାଟଫର୍ମ ସୂଚନା ଦେଇ ସାରିବା ପରେ।

ଏହି ଡିରେକ୍ଟୋରୀ "RPMS" ନାମକ ଉପ-ଡିରେକ୍ଟୋରୀ ଧାରଣ କରିଥାଏ। ସେହି ଡିରେକ୍ଟୋରୀକୁ "RPMS" ଡିରେକ୍ଟୋରୀରେ ପରିବର୍ତ୍ତନ କରନ୍ତୁ।

ଡିରେକ୍ଟୋରୀ ମଧ୍ଯରେ ଡ଼ାହାଣ କ୍ଲିକ କରନ୍ତୁ ଏବଂ  "ଟର୍ମିନାଲରେ ଖୋଲନ୍ତୁ" କୁ ବାଛନ୍ତୁ। ଏକ ଟର୍ମିନାଲ ୱିଣ୍ଡୋ ଖୋଲିବ। ଟର୍ମିନାଲ ୱିଣ୍ଡୋର ନିର୍ଦ୍ଦେଶ ଧାରାରୁ, ନିମ୍ନଲିଖିତ ନିର୍ଦ୍ଦେଶକୁ ଭରଣ କରନ୍ତୁ (ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ଆପଣଙ୍କୁ  ନିଜର ମୂଖ୍ୟ ଚାଳକର ପ୍ରବେଶ ସଂକେତ ପଚରାଯିବ):

Fedora-ଆଧାରିତ ତନ୍ତ୍ରଗୁଡ଼ିକ ପାଇଁ: su -c 'yum install *.rpm'

Mandriva-ଆଧାରିତ ତନ୍ତ୍ରଗୁଡ଼ିକ ପାଇଁ: sudo urpmi *.rpm

ଅନ୍ୟାନ୍ୟ RPM-ଆଧାରିତ ତନ୍ତ୍ରଗୁଡ଼ିକ ପାଇଁ (Suse, ଇତ୍ୟାଦି): rpm -Uvh *.rpm

ନିମ୍ନଲିଖିତ ନିର୍ଦ୍ଦେଶ ସ୍ଥାପନ କ୍ରିୟାର ପ୍ରଥମ ଅଂଶକୁ କାର୍ଯ୍ୟକାରୀ କରିଥାଏ। ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ, ଆପଣଙ୍କୁ ମଧ୍ଯ ଡେସ୍କଟପ ସଂଯୋଜନକୁ ସ୍ଥାପନ କରିବା ଆବଶ୍ୟକ। ଏହା କରିବା ପାଇଁ, ଡିରେକ୍ଟୋରୀକୁ "ଡେସ୍କଟପ-ସଂଯୋଜନ" ଡିରେକ୍ଟୋରୀକୁ ପରିବର୍ତ୍ତନ କରିଥାଏ ଯାହାକି ନିମ୍ନଲିଖିତ ନିର୍ଦ୍ଦେଶ ବ୍ୟବହାର କରି "RPMS" ଡିରେକ୍ଟୋରୀ ମଧ୍ଯରେ ଥାଏ:

cd desktop-integration

ବର୍ତ୍ତମାନ ସ୍ଥାପନ ନିର୍ଦ୍ଦେଶକୁ ପୁଣିଥରେ ଚଲାନ୍ତୁ:

Fedora-ଆଧାରିତ ତନ୍ତ୍ରଗୁଡ଼ିକ ପାଇଁ: su -c 'yum install *freedesktop*.rpm'

Mandriva-ଆଧାରିତ ତନ୍ତ୍ରଗୁଡ଼ିକ ପାଇଁ: sudo urpmi *mandriva*.rpm

SUSE-ଆଧାରିତ ତନ୍ତ୍ରଗୁଡ଼ିକ ପାଇଁ: rpm -Uvh *suse*.rpm

ଅନ୍ୟାନ୍ୟ RPM-ଆଧାରିତ ତନ୍ତ୍ରଗୁଡ଼ିକ ପାଇଁ: rpm -Uvh *freedesktop*.rpm

ସ୍ଥାପନ ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି, ଏବଂ ଆପଣଙ୍କ ପାଖରେ ସମସ୍ତ LibreOffice ପ୍ରୟୋଗଗୁଡ଼ିକ ପାଇଁ ଆପଣଙ୍କ ଡେସ୍କଟପ ପ୍ରୟୋଗ/ଅଫିସ ତାଲିକାରେ ଚିତ୍ରସଂକେତ ଥିବା ଉଚିତ।

Linux ବଣ୍ଟନ ପାଇଁ ଡେସ୍କଟପ ସଂଯୋଜନ ଉପର ଲିଖିତ ସ୍ଥାପନ ନିର୍ଦ୍ଦେଶଗୁଡ଼ିକରେ ନଥାଏ
----------------------------------------------------------------------

LibreOffice କୁ ଅନ୍ୟାନ୍ୟ Linux ବଣ୍ଟନରେ ସହଜରେ ସ୍ଥାପନ କରିବା ସମ୍ଭବ ଯାହାକି ଅନ୍ୟାନ୍ୟ ସ୍ଥାପନ ନିର୍ଦ୍ଦେଶଗୁଡ଼ିକରେ ଧାରଣ କରାଯାଇନଥାଏ। ମୂଖ୍ୟ ବିଷୟବସ୍ତୁ ଯାହା ପାଇଁ  ଭିନ୍ନତା ଡେସ୍କଟପ ସଂଯୋଜନ ସମ୍ମୁଖିନ ହୋଇଥାଏ।

ଡେସ୍କଟପ-ସଂଯୋଜନ ଡିରେକ୍ଟୋରୀ ମଧ୍ଯ libreoffice3.3-freedesktop-menus-3.3.1.noarch.rpm ନାମକ ପ୍ୟାକେଜ ଧାରଣ କରିଥାଏ (ଅଥବା ସେହିପରି)। ଏହା ହେଉଛି ସମସ୍ତ Linux ବଣ୍ଟନ ପାଇଁ ଏକ ପ୍ୟାକେଜ ଯାହାକି Freedesktop.org କୁ ସହାୟତା କରିଥାଏ (http://en.wikipedia.org/wiki/Freedesktop.org), ଏବଂ ଅନ୍ୟାନ୍ୟ Linux ବଣ୍ଟନରେ ସ୍ଥାପନ ପାଇଁ ପ୍ରଦାନ କରିଥାଏ ।

ଭାଷା ପ୍ୟାକେଜ ସ୍ଥାପନ କରୁଅଛି
----------------------------------------------------------------------

ଆପଣଙ୍କର ଇଚ୍ଛା ମୁତାବକ ଭାଷା ଏବଂ ପ୍ଲାଟଫର୍ମ ପାଇଁ ଭାଷା ପ୍ୟାକେଜ ଆହରଣ କରନ୍ତୁ। ସେମାନେ ସମାନ ମୂଖ୍ୟ ସ୍ଥାପନ ଆଲେଖି ଭାବରେ ଉପଲବ୍ଧ। ନଟିଲସ ଫାଇଲ ପରିଚାଳକରୁ, ଆହରଣ କରାଯାଇଥିବା ଆଲେଖୀକୁ ଡିରେକ୍ଟୋରୀରେ ବାହାର କରନ୍ତୁ (ଆପଣଙ୍କର ଡେସ୍କଟପ, ଉଦାହରଣ ସ୍ୱରୂପ)। ନିଶ୍ଚିତ କରନ୍ତୁ ଯେ ଆପଣ ସମସ୍ତ LibreOffice ପ୍ରୟୋଗରୁ ପ୍ରସ୍ଥାନ କରିଛନ୍ତି ବୋଲି ନିଶ୍ଚିତ କରନ୍ତୁ (ତୀବ୍ର ଆରମ୍ଭକର୍ତ୍ତାକୁ ଅନ୍ତର୍ଭୁକ୍ତ କରି, ଯଦି ଏହା ଆରମ୍ଭ ହୋଇଥାଏ)।

ଯେଉଁଥିରୁ ଆପଣ ଆହରଣ କରିଥିବା ଭାଷା ପ୍ୟାକେଜକୁ ବାହାର କରିଛନ୍ତି ତାହାକୁ ଏହି ଡିରେକ୍ଟୋରୀକୁ ପରିବର୍ତ୍ତନ କରନ୍ତୁ।

ବର୍ତ୍ତମାନ ଡିରେକ୍ଟୋରୀକୁ ବହିଷ୍କାର ପଦ୍ଧତିରେ ନିର୍ମିତ ଡିରେକ୍ଟୋରୀକୁ ପରିବର୍ତ୍ତନ କରନ୍ତୁ। ଉଦାହରଣ ସ୍ୱରୂପ, 32-ବିଟ Debian/Ubuntu-ଆଧାରିତ ତନ୍ତ୍ରରେ ଫ୍ରେଞ୍ଚ ଭାଷା ପ୍ୟାକ ପାଇଁ, ଡିରେକ୍ଟୋରୀ LibO_ ନାମରେ ନାମିତ, ଏହା ସହିତ କିଛି ସଂସ୍କରଣ ସୂଚନା ମିଳିଥାଏ, ଏବଂ Linux_x86_langpack-deb_fr.

ବର୍ତ୍ତମାନ ସ୍ଥାପନ କରିବାକୁ ଥିବା ପ୍ୟାକେଜକୁ ଧାରଣ କରିଥିବା ଡିରେକ୍ଟୋରୀକୁ ପରିବର୍ତ୍ତନ କରନ୍ତୁ।Debian/Ubuntu-ଆଧାରିତ ତନ୍ତ୍ରଗୁଡ଼ିକରେ, ଡିରେକ୍ଟୋରୀଟି DEBS ହୋଇଥିବ। Fedora, Suse ଅଥବା Mandriva ତନ୍ତ୍ରଗୁଡ଼ିକ ଉପରେ, ଡିରେକ୍ଟୋରୀଟି RPMS ହୋଇଥିବ।

ନଟିଲସ ଫାଇଲ ପରିଚାଳକରୁ, ଡିରେକ୍ଟୋରୀରେ ଡ଼ାହାଣ କ୍ଲିକ କରନ୍ତୁ ଏବଂ  "ଟର୍ମିନାଲରେ ଖୋଲନ୍ତୁ" ନିର୍ଦ୍ଦେଶକୁ ବାଛନ୍ତୁ। ଆପଣ ଖୋଲିଥିବା ଟର୍ମିନାଲ ୱିଣ୍ଡୋରେ, ଭାଷା ପ୍ୟାକେଜକୁ ସ୍ଥାପନ କରିବା ପାଇଁ ନିର୍ଦ୍ଦେଶକୁ ନିଷ୍ପାଦନ କରନ୍ତୁ  (ନିମ୍ନରେ ଥିବା ସମସ୍ତ ନିର୍ଦ୍ଦେଶ ସହିତ, ଆପଣଙ୍କୁ ମୂଖ୍ୟ ଚାଳକର ପ୍ରବେଶ ସଂକେତକୁ ଭରଣ କରିବା ପାଇଁ ପଚରାଯିବ):

Debian/Ubuntu-ଆଧାରିତ ତନ୍ତ୍ରଗୁଡ଼ିକ ପାଇଁ: sudo dpkg -i *.deb

Fedora-ଆଧାରିତ ତନ୍ତ୍ରଗୁଡ଼ିକ ପାଇଁ: su -c 'yum install *.rpm'

Mandriva-ଆଧାରିତ ତନ୍ତ୍ରଗୁଡ଼ିକ ପାଇଁ: sudo urpmi *.rpm

ଅନ୍ୟାନ୍ୟ RPM-ବ୍ୟବହାର କରୁଥିବା ତନ୍ତ୍ରଗୁଡ଼ିକ ପାଇଁ (Suse, ଇତ୍ୟାଦି): rpm -Uvh *.rpm

ବର୍ତ୍ତମାନ LibreOffice ର ଗୋଟିଏ ପ୍ରୟୋଗ ଆରମ୍ଭ କରନ୍ତୁ - Writer, ଉଦାହରଣ ସ୍ୱରୂପ। ସାଧନ ତାଲିକାକୁ ଯାଆନ୍ତୁ ଏବଂ ବିକଳ୍ପଗୁଡ଼ିକୁ ବାଛନ୍ତୁ। ବିକଳ୍ପ ସଂଳାପ ବାକ୍ସରେ, "ଭାଷା ସଂରଚନା" କୁ କ୍ଲିକ କରନ୍ତୁ ଏବଂ ତାପରେ "ଭାଷା" କୁ କ୍ଲିକ କରନ୍ତୁ।  "ଚାଳକ ଅନ୍ତରାପୃଷ୍ଠ" ତାଲିକାକୁ ଝୁଲାନ୍ତୁ ଏବଂ ଆପଣ ସ୍ଥାପନ କରିଥିବା ଭାଷାକୁ ବାଛନ୍ତୁ। ଯଦି ଆପଣ ଚାହାନ୍ତି, ତେବେ "ସ୍ଥାନୀୟ ସଂରଚନା", "ପୂର୍ବନିର୍ଦ୍ଧାରିତ ମୁଦ୍ରା", ଏବଂ "ଦଲିଲଗୁଡ଼ିକ ପାଇଁ ପୂର୍ବନିର୍ଦ୍ଧାରିତ ଭାଷା" ପାଇଁ ସମାନ କାର୍ଯ୍ୟ କରନ୍ତୁ।

ସେହି ସଂରଚନାଗୁଡ଼ିକୁ ମେଳାଇ ସାରିବା ପରେ, ଠିକ ଅଛି ଉପରେ କ୍ଲିକ କରନ୍ତୁ। ସେହି ସଂଳାପ ବାକ୍ସ ବନ୍ଦ ହୋଇଯିବ, ଏବଂ ଆପଣ ଏକ ସନ୍ଦେଶ ଦେଖି ପାରିବେ ଯାହାକି ଆପଣଙ୍କୁ କହିଥାଏ ଯେ ପରିବର୍ତ୍ତନଗୁଡ଼ିକ ଆପଣ LibreOfficeରୁ ପ୍ରସ୍ଥାନ କରିସାରିବା ପରେ ସକ୍ରିୟ ହେବ ଏବଂ ତାହା ପୁଣି ଆରମ୍ଭ ହେବ (ତୁରନ୍ତ ଆରମ୍ଭ କରିବାରୁ ପ୍ରସ୍ଥାନ କରିବାକୁ ମନେରଖନ୍ତୁ)।

ପରବର୍ତ୍ତୀ ସମୟରେ ଆପଣ LibreOfficeକୁ ଆରମ୍ଭ କଲେ, ଏହା ଆପଣ ସ୍ଥାପନ କରିଥିବା ଭାଷାରେ ଆରମ୍ଭ ହେବ।

----------------------------------------------------------------------
ପୋଗ୍ରାମ ଆରମ୍ଭ ସମୟରେ ସମସ୍ୟା
----------------------------------------------------------------------

LibreOfficeକୁ ଆରମ୍ଭ କରିବାରେ ସମସ୍ୟା (e.g. applications hang) ଏହା ସହିତ ଆଲେଖି କାର୍ଡ ଦ୍ୱାରାପରଦା ପ୍ରଦର୍ଶନରେ ସମସ୍ୟା ଘଟିଥାଏ, ଦୟାକରି ଆପଣଙ୍କର ଆଲେଖୀ କାର୍ଡ ଡ୍ରାଇଭରକୁ ଅଦ୍ୟତନ କରନ୍ତୁ କିମ୍ବା ଆପଣଙ୍କ ପ୍ରଚାଳନ ତନ୍ତ୍ରରେ ଦିଆହୋଇଥିବା ଆଲେଖି କାର୍ଡ ଡ୍ରାଇଭରକୁ ବ୍ୟବହାର କରନ୍ତୁ।  "Use OpenGL" under 'Tools - Options - LibreOffice - View - 3D ଦୃଶ୍ୟକୁ ନିଷ୍କ୍ରିୟ କରିବା ଦ୍ୱାରା 3D ବସ୍ତୁଗୁଡ଼ିକୁ ଦର୍ଶାଇବାରେ ସମସ୍ୟା। 

----------------------------------------------------------------------
ସଟ୍କଟ କିଗୁଡିକ
----------------------------------------------------------------------

କେବଳ ସଂକ୍ଷିପ୍ତପଥ କିଗୁଡ଼ିକ (କି ଯୁଗଳ) ଯାହାକି ପ୍ରଚାଳନତନ୍ତ୍ର ଦ୍ୱାରା ବ୍ୟବହୃତ ହୋଇନଥାଏ ତାହାକୁ LibreOffice ରେ ବ୍ୟବହାର କରିହେବ। LibreOffice ରେ ଯଦି ଏକ କି ଯୁଗଳକୁLibreOffice ସହାୟତାରେ ବର୍ଣ୍ଣନା କରାଯାଇନଥାଏ, ତେବେ ସେହି ସଂକ୍ଷିପ୍ତ ପଥଟି ଅନ୍ୟ କୌଣସି ପ୍ରଚାଳନ ତନ୍ତ୍ରରେ ବ୍ୟବହାର ହେଉଛି କି ନାହିଁ ଯାଞ୍ଚ କରନ୍ତୁ। ଏହିପରି କୌଣସି ଦ୍ୱନ୍ଦକୁ ଠିକ କରିବା ପାଇଁ, ଆପଣ ଅନ୍ୟ ପ୍ରଚାଳନତନ୍ତ୍ରକୁ ନ୍ୟସ୍ତ କି କୁ ପରିବର୍ତ୍ତନ କରିପାରିବେ। ଏହା ବ୍ୟତୀତ, ଆପଣ LibreOfficeରେ ନ୍ୟସ୍ତ କୌଣସି କିକୁ ପରିବର୍ତ୍ତନ କରିପାରିବେ। ଏହି ବିଷୟରେ ଅଧିକ ସୂଚନା ପାଇଁ, LibreOffice ସହାୟତା ଅଥବା ଆପଣଙ୍କ ପ୍ରଚାଳନ ତନ୍ତ୍ରର ସହାୟତା ଦଲିଲକୁ ଅନୁସରଣ କରନ୍ତୁ ।

----------------------------------------------------------------------
ଫାଇଲ ତାଲାପକାଇବା
----------------------------------------------------------------------

LibreOffice ରେ ପୂର୍ବନିର୍ଦ୍ଧାରିତ ଭାବରେ ଫାଇଲ ଅପରିବର୍ତ୍ତନୀୟତାକୁ ସକ୍ରିୟ କରାଯାଇଛି। ନେଟୱର୍କ ଫାଇଲତନ୍ତ୍ର ପ୍ରଟୋକଲ (NFS) ବ୍ୟବହାର କରୁଥିବା ନେଟୱର୍କରେ, NFS କ୍ଲାଏଣ୍ଟ ପାଇଁ ଡେମନ ସକ୍ରିୟ ଥିବା ଉଚିତ। ଫାଇଲ ଅପରିବର୍ତ୍ତନୀତାକୁ ନିଷ୍କ୍ରିୟ କରିବା ପାଇଁ, soffice ସ୍କ୍ରିପ୍ଟକୁ ସମ୍ପାଦନ କରନ୍ତୁ ଏବଂ "export SAL_ENABLE_FILE_LOCKING" କୁ "# export SAL_ENABLE_FILE_LOCKING" କୁ ପରିବର୍ତ୍ତନ କରନ୍ତୁ। ଯଦି ଆପଣ ଫାଇଲ ଅପରିବର୍ତ୍ତନୀୟତାକୁ ନିଷ୍କିୟ କରିବା ପାଇଁ, ଦଲିଲର ଲେଖିବା ଅନୁମତି ପ୍ରଥମେ ଖୋଲୁଥିବା ଦଲିଲ ପାଇଁ ବାରଣ ହୋଇନଥାଏ।

ଚେତାବନୀ: ସକ୍ରିୟ ଫାଇଲ ଅପରିବର୍ତ୍ତନୀୟ ଗୁଣ Linux NFS 2.0ରେ ବ୍ୟବହୃତ Solaris 2.5.1 ଏବଂ 2.7 ସହିତ ସମସ୍ୟା ସୃଷ୍ଚି କରିପାରେ। ଯଦି ଆପଣଙ୍କର ତନ୍ତ୍ର ପରିବେଶରେ ଏହି ପ୍ରାଚଳଗୁଡ଼ିକ ଅଛି, ଆମେ ବିଶେଷ କରି ପରାମର୍ଶ ଦେଉଅଛୁ ଯେ ଆପଣ ଫାଇଲ ଅପରିବର୍ତ୍ତନୀୟ ଗୁଣକୁ ବ୍ୟବହାର କରନ୍ତୁ ନାହିଁ। ଅନ୍ୟଥା, LibreOffice linux କମ୍ପୁଟରରେ ଗୋଟିଏ NFS ସ୍ଥାପିତ ଡ଼ିରେକ୍ଟୋରୀରୁ ଏହାକୁ ଖୋଲିବା ପାଇଁ ଚେଷ୍ଟା କରିବ।

----------------------------------------------------------------------
ଆଲେଖିକ କାର୍ଯ୍ୟକ୍ଷମତା
----------------------------------------------------------------------

ପୂର୍ବନିର୍ଦ୍ଧାରିତ ଭାବରେ, LibreOffice ଗତି ଅନୁସାରେ ଭଲ ଦେଖାଯାଉଥିବା ଆଲେଖିକୁ ସମର୍ଥନ କରିଥାଏ। ଯଦି ଆପମ ମନ୍ଥର ଆଲେଖିକ ଅନୁଭବ କରୁଛନ୍ତି, ତେବେ  'Tools - Options - LibreOffice - View - Use Anti-Aliasing' କୁ ଅଫ କଲେ ଲାଭପ୍ରଦ ହୋଇପାରନ୍ତି।

----------------------------------------------------------------------
ପ୍ରବେଶୟୋଗ୍ଯ ଟିପ୍ପଣୀଗୁଡିକ
----------------------------------------------------------------------

LibreOffice ରେ ଥିବା ଅଭିଗମ୍ୟତା ବିଶେଷତା ବିଷୟରେ ଅଧିକ ସୂଚନା ପାଇଁ, http://www.libreoffice.org/accessibility/ କୁ ଦେଖନ୍ତୁ

----------------------------------------------------------------------
ଉପୟୋଗକର୍ତ୍ତା ସମର୍ଥନ
----------------------------------------------------------------------

ମୂଖ୍ୟ ସହାୟତା ପୃଷ୍ଠା http://www.libreoffice.org/support/ ବିଭିନ୍ନ ସମ୍ଭାବନା ପ୍ରଦାନ କରିଥାଏ LibreOfficeକୁ ସହାୟତା କରିବା ପାଇଁ। ଆପଣଙ୍କର ପ୍ରଶ୍ନର ହୁଏତଃ ସଠିକ ଉତ୍ତର ପାଇଛନ୍ତି - ସମ୍ପ୍ରଦାୟ ସଂଗଠନକୁ http://www.documentfoundation.org/nabble/ ରେ  ଯାଞ୍ଚ କରନ୍ତୁ ଅଥବା 'users@libreoffice.org' ମେଲ ତାଲିକାକୁ http://www.libreoffice.org/lists/users/ ରେ ଆଲେଖିକକୁ ସନ୍ଧାନ କରନ୍ତୁ। ଏହା ବ୍ୟତୀତ, ଆପଣ ନିଜର ପ୍ରଶ୍ନକୁ users@libreoffice.orgରେ ସନ୍ଧାନ କରନ୍ତୁ। ଯଦି ଆପଣ ମେଲ ତାଲିକାରେ ସଦସ୍ୟତା ଗ୍ରହଣ କରନ୍ତି (ଇମେଲ ଉତ୍ତର ପାଇବା ପାଇଁ), ତେବେ : users+subscribe@libreoffice.org ରେ ଏକ ଖାଲି ମେଲ ପଠାନ୍ତୁ।

FAQ ବିଭାଗକୁ ମଧ୍ଯ http://www.libreoffice.org/faq/. ରେ ଯାଞ୍ଚ କରନ୍ତୁ

----------------------------------------------------------------------
ତ୍ରୁଟି & ସମସ୍ୟାଗୁଡ଼ିକୁ ଖବର କରୁଅଛି
----------------------------------------------------------------------

ବର୍ତ୍ତମାନ BugZilla ହେଉଛି ଖବର କରିବା, ଅନୁସରଣ କରିବା ଏବଂ ତ୍ରୁଟି ସମାଧାନ କରିବା  ପାଇଁ ଆମର ତନ୍ତ୍ର, ଯାହାକି ବର୍ତ୍ତମାନ https://bugs.freedesktop.org/ରେ ହୋଷ୍ଟ କରାଯାଇଛି। ଆମେମାନେ ସମସ୍ତ ଚାଳକମାନଙ୍କୁ ଉତ୍ସାହିତ କରିଥାଉ ଏବଂ ତ୍ରୁଟି ଖବର କରିବା ପାଇଁ ଯାହାକି ଆପଣଙ୍କର ନିର୍ଦ୍ଦିଷ୍ଟ ପ୍ଲାଟଫର୍ମରେ ମିଳିଥାଏ। ନିୟମିତ ତ୍ରୁଟି ଖବର କରିବା ଅତ୍ୟନ୍ତ ଆବଶ୍ୟକ ଯାହାକି LibreOfficeର ବିକାଶରେ ଚାଳକ ସମ୍ପ୍ରଦାୟ ପ୍ରସ୍ତୁତ କରିଥାନ୍ତି।

----------------------------------------------------------------------
ଜଡିତହେବା
----------------------------------------------------------------------

LibreOffice ସମ୍ପ୍ରଦାୟ ଆପଣଙ୍କ ସକ୍ରିୟ ଯୋଗଦାନ ଫଳରେ ମୁକ୍ତ ଉତ୍ସ ପ୍ରକଳ୍ପରୁ ଲାଭଦାୟକ ହେବେ।

ଗୋଟିଏ ଉପୟୋଗକର୍ତ୍ତା ପରି,ଆପଣେ ପୂର୍ବରୁ ଏହି ଅନୁଚରବର୍ଗ ଉନ୍ନତି ପ୍ରକ୍ରିୟାରେ ଏକ ମୂଲ୍ଯବାନ ଅଶଂ ଅଟ ଏବଂ ଗୋଷ୍ଠୀ ପାଇଁ ଏକ ଦୀର୍ଘସ୍ଥାଯୀ ସାହାଯ୍ୟକାରୀ ହେବାକୁ ଦୃଶ୍ଯରେ ରଖି ଏକ ଅଧିକ ସଂକ୍ରିୟ ଭୂମିକା ନେବାକୁ ଆମେ ତୁମକୁ ପ୍ରୋତ୍ସାହନ କରିବାକୁ ଚାହୁଁଛୁ।ଦୟାକରି ଯୋଗଦିଅନ୍ତୁ ଏବଂ  http://www.libreoffice.org/contribution/ ଉପୟୋଗକର୍ତ୍ତା ପୃଷ୍ଠା ଯାଞ୍ଚକରନ୍ତୁ

ଆରମ୍ଭକରିବାର ଉପାୟ
----------------------------------------------------------------------

ଗୋଟିଏ କିମ୍ବା ଅନେକ ମେଲ ତାଲିକାରେ ସଦସ୍ୟତା ଗ୍ରହଣ କରିବା ଦ୍ୱାରା ଆପଣ ଯୋଗଦାନ ଆରମ୍ଭ କରିପାରିବେ,କିଛି ସମୟ ଚୁପ ଚାପ ଅପେକ୍ଷା କରିବା, ଏବଂ ତାପରେ ଧିରେ ଧିରେ ମେଲ ତାଲିକାରେ ଥିବା ବିଷୟଗୁଡ଼ିକରେ ନିଜକୁ ସାମିଲ କରନ୍ତୁ କାରଣLibreOffice ଉତ୍ସ ସଂକେତଟି ଅକ୍ଟୋବର 2000 ରେ ପ୍ରକାଶିତ ହୋଇଥିଲା। ଯେତେବେଳେ ଆପଣ ଠିକ ମନେକରନ୍ତି, ସେତେବେଳେ ଆପଣ ନିଜର ପରିଚୟ ପ୍ରଦାନ କରି ପ୍ରବେଶ କରନ୍ତୁ। ଯଦି ଆପଣ ମୁକ୍ତ ଉତ୍ସ ପ୍ରକଳ୍ପଗୁଡ଼ିକ ସହିତ ପରିଚିତ ଅଛନ୍ତି, ତେବେ ଆମର କାର୍ଯ୍ୟପନ୍ଥାକୁ http://www.libreoffice.org/develop/ରେ ଦେଖନ୍ତୁ ଆପଣଙ୍କ ମନମୁତାବକ ସହଯୋଗ କରନ୍ତୁ।

କିଣନ୍ତୁ
----------------------------------------------------------------------

ଏଠାରେ କିଛି ପ୍ରକଳ୍ପ ମେଲ ତାଲିକା ଅଛି ଯାହାକୁକି ଆପଣ  http://www.libreoffice.org/contribution/ ଠାରେ କିଣି ପାରିବେ।

* ଖବର: announce@documentfoundation.org *recommended to all users* (light traffic)
* ମୂଖ୍ୟ ଚାଳକ ତାଲିକା: users@global.libreoffice.org *easy way to lurk on discussions* (heavy traffic)
* ମାର୍କେଟିଙ୍ଗ ପ୍ରୋଜେକ୍ଟ: marketing@global.libreoffice.org *ଉନ୍ନତି ବାହାରେ* (ଭାରି ହେବା)
* ସାଧାରଣ ବିକାଶକାରୀ ତାଲିକା: libreoffice@lists.freedesktop.org (ଅତ୍ୟଧିକ ଯାତାୟାତ)

ଗୋଟିଏ କିମ୍ବା ଅଧିକ ପ୍ରକଳ୍ପଗୁଡ଼ିକରେ ଯୋଗଦାନ କରୁଅଛି
----------------------------------------------------------------------

ୟଦି ଆପଣଙ୍କ ପାଖରେ ସଫଟ୍ଉଏର ଡିଜାଇନ କିମ୍ବା କୋଡିଙ୍ଗ  ଅନୁଭୂତି ଅଛି ଏହି ଗୁରୁତ୍ବପୂର୍ଣ୍ଣ ଖୋଲା ମୂଳ ପ୍ରୋଜେକ୍ଟରେ ଆପଣେ ପ୍ରଧାନ ଆଶିଂକ ସାହାଯ୍ୟ କରିପାର।ହଁ,ଆପଣେ!

ଆମେ ଆଶାକରୁଛୁ ଆପଣ ଏହି ନୂତନ LibreOffice 3.6 ସହିତ କାର୍ଯ୍ୟ କରିବାକୁ ଉପଭୋଗ କରୁଛନ୍ତି ଏବଂ ଆମ ସହିତ ଅନଲାଇନରେ ଯୋଗଦାନ କରିବେ।

LibreOffice ସମ୍ପ୍ରଦାୟ

----------------------------------------------------------------------
ଉପୟୋହୋଇଥିବା /ପରିବର୍ତ୍ତନହୋଇଥିବା ମୂଳ କୋଡ
----------------------------------------------------------------------

Portions Copyright 1998, 1999 James Clark. Portions Copyright 1996, 1998 Netscape Communications Corporation.